ମାତୃ ପ୍ରେମ
ମାଟିର ସନ୍ତାନ ମାଟିରେ ଜନ୍ମିତ
ମାଟି ମାଆ କୋଳେ ବଢ଼ି,
ମାଟିରୁ ଆକାଶ ଉଡ଼ି ଗଲା ଯଶ
ଦେଶ ପାଇଁ ପ୍ରାଣ ବଳି ।
ଯା ପାଇଁ ମହାନ ଥିଲା ଦେଶ ପ୍ରେମ
ଜାଗରଣ ମାତୃଶକ୍ତି,
ହୋଇ ସେ ସନ୍ତାନ ରଖିଥିଲା ମାନ
ହୃଦୟ ରେ ଥିଲା ଭକ୍ତି ।
ନୁହେଁ ଜନ୍ମ ପାଇଁ ନୁହେଁ ମୃତ୍ୟୁ ପାଇଁ
କର୍ମ ପାଇଁ ସ୍ମୃତି କରି,
ତୁଣ୍ଡେ ନାମ ଧରି ସାରା ଦେଶବାସୀ
ହେଉଛନ୍ତି ତାଙ୍କୁ ଝୁରି ।
0 Comments
Thank You For Your Appreciation.