Worl soil Day
ମାଟି ମାଆ
ଭୋଳାଶଙ୍କର ସେଠୀ
ଶିଶୁ ଟିଏ ଯେବେ ଜୀବ ରୂପ ନିଏ
ଧାରଣ କରଇ ମାଆ,
ସାରା ସଂସାର କୁ ଧରିଛି ଧରଣୀ
ନାଆଁ ତା'ର ମାଟି ମାଆ ।
ଗର୍ଭେ ଖାଦ୍ୟ ନଳୀ ଆଣେ ବୋହି କରି
ମାଆ ଠାରୁ ଛୁଆ ପାଇଁ,
ମାଟି ଗର୍ଭୁ ଚେର ଶୋଷି ନିଏ ନୀର
ଖଣିଜ ଲବଣ ତହିଁ ।
ଅମୃତ ର ଝର ମାଆ ଠାରୁ କ୍ଷୀର
କରି ଥାଏ ଶକ୍ତିଶାଳୀ,
ଶ୍ବେତ ପୃଷ୍ଟି ସାର ପୋଷଣ ଦିଅଇ
ଫୁଲ ଫଳ ଧାନ ଥଳୀ ।
0 Comments
Thank You For Your Appreciation.