ଟଙ୍କାମୟ ଦୁନିଆ
ଟଙ୍କାମୟ ଦୁନିଆରେ ଟଙ୍କାର ଆବଶ୍ୟକତା କହିଲେ ନସରେ । ସେ ଧନୀ ହେଉ ଅବା ଗରିବ କିମ୍ବା ହେଉ ମଧ୍ୟବିତ୍ତ, ଯେ କେହି ମଧ୍ୟ ନିଜ ଜୀବନ କାଳ ଭିତରେ ଟଙ୍କା ର ଅଭାବ କୁ ସାମ୍ନା କରିବାକୁ ହିଁ ପଡ଼ିଥାଏ । ବେକରେ ସୁନା ଚେନ୍, ଅଙ୍ଗୁଳି ରେ ହୀରା ମୁଦି ଓ ମସ୍ତକ ରେ ସୁବର୍ଣ୍ଣ ମୁକୁଟ ପିନ୍ଧିଥିବା ବ୍ୟକ୍ତି ମଧ୍ୟ ଯଦି ବଜାରରେ ପରିବା କିଣିବା ବେଳେ ପକେଟ୍ ରେ ପଇସା ନ ଥିବ ତେବେ ଅର୍ଥ ଅଭାବକୁ ସାମ୍ନା କରିବା ଟା ଥୟ । ଟଙ୍କା ର ଏହିପରି ଆବଶ୍ୟକତା କୁ ଦୃଷ୍ଟିରେ ରଖି କେତେକ ଅର୍ଥ ଲାଳସା ବ୍ୟକ୍ତି ଙ୍କ ନଜରରେ ଟଙ୍କା ହିଁ ସବୁକିଛି ହୋଇଥାଏ । ବେଳେବେଳେ ଏହାର ଚାହିଦା ଏପରି ବୃଦ୍ଧି ହୋଇଥାଏ ଯେ ଟଙ୍କା ଆଗରେ ମଣିଷ ର ଅମୂଲ୍ୟ ଜୀବନ, ସୁଖ, ଶାନ୍ତି ଓ ଖୁସି ନ୍ୟୁନ ହୋଇଯାଇ ଥାଏ । ତେଣୁ ଟଙ୍କା ବଦଳରେ ଏହାର ସଉଦା ମଧ୍ୟ ଦେଖିବାକୁ ମିଳିଥାଏ । କିଛି ମତଦାତା ଟଙ୍କା କୁ ଦୁନିଆର ସବୁ ସୁଖ ଶାନ୍ତି ର ବିକଳ୍ପ ରୂପେ ବିବେଚନା କରନ୍ତି । କିନ୍ତୁ ଜ୍ଞାନି ଗୁଣୀ ମାନଙ୍କ ପାଇଁ ଏହା ଗ୍ରହଣୀୟ ହୋଇ ନ ଥାଏ । ସେମାନଙ୍କ ଭାବନାରେ ଟଙ୍କା ସଂସାର ର ୧୦୦ ଆବଶ୍ୟକତା କୁ ପୂରଣ କରି ପାରୁ ଥିବା ବେଳେ, ୧,୦୦୦ ଆବଶ୍ୟକତା କୁ ନୁହେଁ । ଅର୍ଥାତ୍ ଟଙ୍କା ଆମକୁ କେବଳ ୧୦୦ ଜିନିଷ ର ଉପଭୋଗ ର ସୁଯୋଗ ଦେଇ ପାରେ କିନ୍ତୁ ୧,୦୦୦ ଆବଶ୍ୟକତା କୁ କିଣିବା ସମ୍ଭବ ହୋଇ ନଥାଏ ।
ଟଙ୍କା ର ସହାୟତା ରେ ସ୍ବାସ୍ଥ୍ୟ ଚିକିତ୍ସାଳୟ ଗଢ଼ି ହୋଇଥାଏ କିନ୍ତୁ ସ୍ବାସ୍ଥ୍ୟ ଗଢ଼ି ହୁଏ ନୁହେଁ । ଟଙ୍କା ରେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ହୁଏ କିନ୍ତୁ ଟଙ୍କା ଦେଇ କାହାକୁ ଶିକ୍ଷିତ କରି ହୁଏ ନାହିଁ । ଟଙ୍କା ରେ ବଡ଼ ନଅର ତୋଳି ହୁଏ କିନ୍ତୁ ପରିବାର ଗଠନ କରି ହୁଏ ନୁହେଁ । ପୁଅର ସୁଖ ପାଇଁ ଟଙ୍କା ସଞ୍ଚୟ କରାଯାଏ କିନ୍ତୁ ଯାହାର ପୁଅ ନଥାଏ ?
"ଅତଏବ ଟଙ୍କା ର ଏହି ଦୁନିଆ ରେ ଏହାର ଚାହିଦା ଓ ଆବଶ୍ୟକତା ଅଧିକ ହେଲେ ମଧ୍ୟ ଟଙ୍କା କୁ ମଣିଷ ର ବାସ୍ତବ ଖୁସି କୁହାଯାଏ ନାହିଁ ।"
0 Comments
Thank You For Your Appreciation.