Subscribe ( YouTube)

Members

ନାମକରଣ, ନାମ ମଣିଷ ର ସର୍ବ ପ୍ରଥମ ପରିଚୟ ହୋଇଥାଏ । ନାମକରଣ ମଣିଷ ଜୀବନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଅଟେ । ପିତାମାତା ଙ୍କ ପାଇଁ ପୁତ୍ର ର ନାମ ହିଁ ଜପାମାଳି ସଦୃଶ ହୋଇଥାଏ । ଜୀବନ ର ଅନ୍ତ କାଳରେ ପୁତ୍ର ହିଁ ପିତାମାତା ପାଇଁ ସାହାରା ହୋଇଥାଏ ।

ନାମକରଣ

   ଦୁନିଆର ସବୁ ମାଆ ମାନେ ଚାହାଁନ୍ତି ଯଶୋଦା ହୋଇ କୃଷ୍ଣଙ୍କ ର ମାଆ ହେବା ପାଇଁ କିନ୍ତୁ ଏହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ କିଛି ମାଆ ମାନେ ନିଜ ପୁଅକୁ କୃଷ୍ଣ ବନାଇବାକୁ ଚେଷ୍ଟା କରନ୍ତି । ଅତଏବ ନିଜ ସନ୍ତାନ ମାନଙ୍କ ନାମକୁ କୃଷ୍ଣ, ବାସୁଦେବ, କହ୍ନାଇ ଆଦି ନାମ ରଖିଥାନ୍ତି । ପିତାମାତା ମାନେ ନିଜ ସନ୍ତାନ ନାମକୁ ଜପା ମାଳି କରିବା ପାଇଁ ସେମାନଙ୍କ ନାମକୁ ଭଗବାନ ଙ୍କ ନାମ ଦେଇଥାନ୍ତି । ଅର୍ଥାତ୍ ସନ୍ତାନ ରୂପେ ସେମାନେ ଭଗବାନଙ୍କୁ ପାଇଥାନ୍ତି । 
   ହଁ କିନ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ପିତାମାତା ଯେଉଁ ଆଶା ପୋଷଣ କରିଥାନ୍ତି ତାହା କେତେ ମାତ୍ରାରେ କେତେକ ଙ୍କ ଭାଗ୍ୟରେ ପୂରଣ ହୋଇଥାଏ । ସନ୍ତାନ ଙ୍କ ଭବିଷ୍ୟତ କ'ଣ ହୋଇଥାଏ ତ ଜାଣି ନାହିଁ କିନ୍ତୁ ଏହି ଭାବନା ରେ ପିତାମାତା ମାନେ ନିଜ କର୍ମ, କର୍ତ୍ତବ୍ୟ ଓ ନାମ ଉଚ୍ଚାରଣ କରି ନିଜ ମଣିଷ ଜୀବନ କୁ ସାର୍ଥକ କରିଦେଇ ପାରନ୍ତି ।

Post a Comment

0 Comments