Followers

ଆତ୍ମ ଆବିଷ୍କାର, ଗତକାଲି ବ୍ୟବସାୟୀ ଫଳ ଦୋକାନୀ ଙ୍କ ପ୍ରଶ୍ନ ଅତି ସହଜ ଓ ସରଳ ଥିଲା କିନ୍ତୁ ସାଧାରଣ ନଥିଲା । ଦୋକାନୀ ସହ ମୋର ପରିଚୟ ଆତ୍ମ ଆବିଷ୍କାର ର ଏକ ପ୍ରମୁଖ ଉଦାହରଣ ଥିଲା । ଅତଏବ ଜୀବନର ଏହିପରି ଛୋଟ ଛୋଟ ଘଟଣା ଆମକୁ ବଡ଼ ରୂପ ନେଇ ଅନୁଭୂତି ଦେଇଥାଏ ।

ଆତ୍ମ ଆବିଷ୍କାର

   ମୋର ଅନୁମାନ ରେ ଦୋକାନୀ ଜଣକ ବୟସରେ ମୋ ଠାରୁ ୫ ରୁ ୧୦ ବର୍ଷ ବଡ଼ ପରି ଲାଗୁଥିଲେ । କିଛି ସମୟ ଭାବନା ପରେ ସ୍ମରଣ କରି ପାରିଲେ ଯେ କିଛିଦିନ ତଳେ ସେ ମୋ ଫେସବୁକ୍ ପୃଷ୍ଠା କୁ ଭ୍ରମଣ କରିଛନ୍ତି । ସେ କହିଲେ ତେଣୁ ତୁମକୁ ଦେଖିଲା ପରେ ମୋତେ ଚିହ୍ନା ଚିହ୍ନା ପରି ମନେ ହେଉଥିଲା । ମୁଁ ଜାଣିବାରେ ବର୍ତ୍ତମାନ ମୋର ଫେସବୁକ୍ ପୃଷ୍ଠା ରେ ମୋର ଫୋଟ ନାହିଁ କେବଳ ଗୋଟିଏ ଲୋଗୋ ଚିହ୍ନ ବ୍ୟତିତ । କିଛି ସମୟ ର କଥାବାର୍ତ୍ତା ପରେ ଜାଣିବାକୁ ପାଇଲୁ ସେ ମୋର ବ୍ଲଗ୍ ଲେଖା ରୁ ମୋତେ ଚିହ୍ନିଛନ୍ତି । କାରଣ ସେହିଠାରେ ମୋର ସମ୍ପୂର୍ଣ୍ଣ ପ୍ରୋଫାଇଲ୍ ସହିତ ଫଟୋ ଏବଂ ସୂଚନା ଅଛି । ଏହା ଜାଣିବା ପରେ ସେ ଆନନ୍ଦରେ ମୁଁ ଦେଇଥିବା ଲସି ପାର୍ସଲ୍ ର ପ୍ରତି ଦାମ୍ କୁ ୫ ଟଙ୍କା ଲେଖାଏଁ ରିହାତି ମଧ୍ୟ କରିଥିଲେ । କିନ୍ତୁ ଏହା ମୋ ପାଇଁ ଶିକ୍ଷଣୀୟ ବିଷୟ ବସ୍ତୁ ନ ଥିଲା । ମୁଁ ଲସି ଦୁଇଟି କୁ ଧରି ଘରକୁ ଫେରି ଆସିଲି । 
   ଆସିଲା ବାଟରେ, ମୋର ମନେ ପଡିଲା ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ସାକ୍ଷାତକାର କଥା । ସେଠାରେ ତାଙ୍କୁ ତାଙ୍କ ସାକ୍ଷାତକାର ରେ ପଚାରା ଯାଇଥିଲା ଯେ ଯେତେବେଳେ ଆପଣ ଇଂରାଜୀ ଭାଷା ନ ଜାଣି ମଧ୍ୟ ବିଦେଶକୁ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଯାଉଥିଲ ସେତେବେଳେ ତୁମେ କିପରି ବିଦେଶୀ ଲୋକ ମାନଙ୍କ ସହ କଥାବାର୍ତ୍ତା ହୋଇ ପାରୁଥିଲ ? ସେ ଏକ ସୁନ୍ଦର ପ୍ରତ୍ୟୁତର ଦେଇ କହିଥିଲେ ଯେ - "ମୁଁ ବିଦେଶରେ କେବଳ ଲୋକମାନଙ୍କୁ ମୋ ପାଖରେ ଥିବା ଉପକରଣ ଗୁଡିକୁ ଦେଖାଇ ଦେଉଥିଲି ।" ସେହି ସମସ୍ତ ଉପକରଣ କୁ ଦେଖି ଲୋକମାନେ ସ୍ବତଃ ଜାଣି ପାରୁଥିଲେ ମୁଁ ସେଠାରେ ବାଲୁକା ଶିଳ୍ପ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ହିଁ ଯାଇଛି । ଅର୍ଥାତ୍ ସେଠାରେ ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ତାଙ୍କୁ ଭାଷାର ଆବଶ୍ୟକତା ନଥିଲା ତାଙ୍କ କଳା ହିଁ ତାଙ୍କ ଭାବ ପ୍ରକାଶ ର ମାଧ୍ୟମ ଥିଲା । ଏବଂ ତାହା ଥିଲା ତାଙ୍କର ପରିଚୟ । ସେହି ପରିଚୟ ପାଇଁ ତାଙ୍କୁ ବିଦେଶରେ ସ୍ଥାୟୀ ବାସିନ୍ଦା ହେବାର ସୁଯୋଗ ମଧ୍ୟ ମିଳିଥିଲା କିନ୍ତୁ ସେ ନିଜ ଦେଶପ୍ରେମ ପାଇଁ ରୋକଠୋକ୍ ମନା କରି ଦେଇଥିଲେ । 

   ତେଣୁ, ଅନ୍ୟମାନଙ୍କ ସହିତ ପରିଚିତ ହେବା ସାଧାରଣ କଥା । କିନ୍ତୁ ଦୋକାନୀ ସହିତ ମୋର ଏହି ପରିଚୟ କିଛି ଅଲଗା ଥିଲା । ତା’ପରେ ମୁଁ ଅନୁଭବ କଲି ଯେ, ବର୍ତ୍ତମାନ ମୁଁ ମୋର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ଅଛି ।

Post a Comment

2 Comments

  1. Madi chala.... ��

    ReplyDelete
    Replies
    1. Wow! ମୁଁ ସବୁବେଳେ ମୋ ଲେଖା ମାଧ୍ୟମରେ ଅନ୍ୟ ମାନଙ୍କୁ Suspense ରେ ରଖିଥାଏ । କିନ୍ତୁ ଏଠି ମୁଁ suspense ରେ ରହିଗଲି ନାମ 'Kehi jane' ଦେଖି ।😊 Thank you 💐.

      Delete

📩 Give Your Precious Comments before You Leave. (Put your Name before comment.)